Odisha Link
Bridging the Missing Links in Odisha

ପ୍ରଥମ କରୋନା ଟୀକା ଆଣିଲା ରୁଷ୍, ଘୋଷଣା କଲେ ପୁଟିନ

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପ୍ରକୋପରେ ଭୟଭୀତ। ଏହାରି ମଧ୍ୟରେ ମିଳିଛି ଖୁସି ଖବର। ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ, ଋଷ କରୋନା ଟୀକାର ବିକାଶ କରିଥିବାବେଳେ ଟୀକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କର ଝିଅ କରୋନା ଟୀକା ନେଇସାରିଛି ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତିଯେ, ପରୀକ୍ଷଣ ବେଳେ ଟୀକାଟି ସଫଳ ହୋଇଥିବା ପ୍ରମାଣିତ ହୋଇସାରିଛ। କରୋନାରୁ ଏହି ଟୀକା ସୁରକ୍ଷା ଦେଇପାରିବ। ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ଟୀକା ଦିଆଯାଇଥିବାବେଳେ ସେ ସୁସ୍ଥ ଅଛି ବୋଲି ପୁଟିନ ସୂଚନା ଦେଇଛନ୍ତି। ଏହା ପରେ ଋଷିଆର ସ୍ୱାସ୍ଥ୍ୟ କର୍ମଚାରୀ, ଶିକ୍ଷକ ଓ ଅନ୍ୟମାନଙ୍କୁ ପ୍ରଦାନ କରାଯିବ।

ଜୁନ ୧୮ରେ ଋଷ ଏହାର ପ୍ରଥମ ପରୀକ୍ଷା ଆରମ୍ଭ କରିଥିଲା। ଜୁଲାଇ ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ଟୀକା ପରୀକ୍ଷଣ ହୋଇଥିଲା । ତେବେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇନଥିବା କୁହାଯାଉଛି। ତରବରିଆ ଭାବେ ଋଷ ଟୀକା ପ୍ରସ୍ତୁତ କରିଛି ସମାଲୋଚକମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରୋଟୋକଲ ମାନିବାକୁ ପରାମର୍ଶ ଦେଇଥିଲେ।

Comments are closed.