Odisha Link
Bridging the Missing Links in Odisha

କରୋନା: ୩୦ ଜିଲ୍ଲାରୁ ୧୯୮୧ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଅଣାୟତ୍ତ ହେଉଛି କରୋନା ସ୍ଥତି। ଦିନକୁ ଦିନ ରାଜ୍ୟରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫୨,୬୫୩ରେ ପହଂଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ ସେଣ୍ଟରରୁ ୧୨୨୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୫୬ ଜଣ ସ୍ଥାନୀୟ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଣିଥରେ ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଖୋର୍ଦ୍ଧାରୁ ୨୭୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୬, ବାଲେଶ୍ୱର ୫୯, ବରଗଡ଼ ୨୭, ଭଦ୍ରକ ୬୫, ବଲାଙ୍ଗିର ୨୭, ବୈାଦ୍ଧ ୨୨, କଟକ ୧୩୧, ଦେଓଗଡ଼ ୧୬, ଢେଙ୍କାନାଳ ୩୯, ଗଜପତି ୮, ଜଗତସିଂହପୁର ୪୨, ଯାଜପୁର ୬୦, ଝାରସୁଗୁଡ଼ା ୮, କଳାହାଣ୍ଡି ୩୯, କନ୍ଧମାଳ ୧୭୯, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୩, କୋରାପୁଟ ୯୭, ମାଲକାନଗିରି ୬୪, ମୟୁରଭଂଜ ୩୭, ନବରଂଗପୁର ୧୮, ନୟାଗଡ଼ ୫୬, ନୂଆପଡ଼ା ୧୬, ପୁରୀ ୭୭, ରାୟଗଡ଼ା ୫୫, ସମ୍ବଲପୁର ୩୮, ସୋନପୁର ୫୭, ସୁନ୍ଦରଗଡ଼ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ ଥିବାବେଳେ ସେମଧ୍ୟରୁ ୩୬୪୭୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ପଜିଟିଭ ସଂଖ୍ୟା ୧୫୮୦୮ରେ ରହିଛି ଓ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.