Odisha Link
Bridging the Missing Links in Odisha

ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର : ମାନବପ୍ରେମୀ ଆଦିତ୍ୟଦାସ ମୃତ୍ୟୁ ମାମଲାରେ ଆଜି ସେବାଶ୍ରମ ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପିପୁଲସ୍ ଫର ସେବା ସଦସ୍ୟ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୁପୁଲସ ଫର ସେବା ସଦସ୍ୟ ଅଭିଯୋଗ ଉଠାଇଛନ୍ତି କ୍ରାଇବ୍ରାଞ୍ଚ ଧୀମା ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ଆସୁଛି। ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ । ଆଦିତ୍ୟ ତଥା ପିପୁଲସ୍ ଫର ସେବାର ସମସ୍ତ ସଦସ୍ୟ ତଥା ବିଦ୍ୟାଶ୍ରୀଙ୍କ ଗତ ୬ ମାସର କଲ୍ ରେକର୍ଡିଂ ଓ ସିସିଟିଭି ଚିତ୍ର ଅନୁଧ୍ୟାନ କଲେ ସତ କଣ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ।

Comments are closed.