Odisha Link
Bridging the Missing Links in Odisha

ମାଛ ଚାଷୀ ଏବଂ ବିକ୍ରେତାଙ୍କୁ ଗାଡ଼ି ବଣ୍ଟନ କଲେ ମନ୍ତ୍ରୀ ଅରୁଣ

ନୟାଗଡ଼: କରୋନା କାଳରେ ନୟାଗଡ଼ର ମାଛ ଚାଷୀଙ୍କୁ ଉପହାର ଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ। ନୟାଗଡ଼ ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଜଣ ମାଛ ଚାଷୀ ଏବଂ ୫ ଜଣ ମାଛ ବିକ୍ରେତାଙ୍କୁ ଗାଡ଼ି ବଣ୍ଟନ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ଏହି ଗାଡ଼ି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଏଥିସହିତ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି, ମତ୍ସ ଅଧିକାରୀ ପୁଲିନ୍ ମହାନ୍ତି ପ୍ରମୂଖ ଉପସ୍ଥିତ ରହିଥିଲେ।

ଏହି ଅବସରରେ ନୟାଗଡ଼ ବ୍ଲକର ୨ ଜଣ, ଓଡ଼ଗାଁ ବ୍ଲକର ଜଣେ ଓ ଭାପୁର ବ୍ଲକର ଦୁଇ ଜଣ ମାଛ ଚାଷୀଙ୍କୁ ଅଟୋ ଗାଡ଼ି ସହ ବରଫ ବାସ୍କ ଦିଆଯାଇଥିବା ଜଣାଯାଇଛି । ସେହିପରି ଭାବେ ଭାପୁର ବ୍ଲକର ୪ ଜଣ ଓ ଓଡ଼ଗାଁ ବ୍ଲକର ଜଣେ ମାଛ ବିକ୍ରେତାଙ୍କୁ ଟିଭିଏସ୍ ଏସ୍କଏଲ୍ ହେଭି ଡ୍ୟୁଟି ଗାଡ଼ି ସହ ବରଫ ବାସ୍କ ଦିଆଯାଇଛି । ଏହି ଅବସରରେ ମତ୍ସ୍ୟ ଚାଷୀମାନେ କିପରି ଉପକୃତ୍ତ ହେବେ ଏବଂ ରୋଜଗାର କ୍ଷମ ହୋଇପାରିବେ ସେ ସମ୍ବନ୍ଧରେ ମନ୍ତ୍ରୀ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି ।

Comments are closed.