ଟୁଇନ ସିଟିରେ ଗଣେଶ ପୂଜା ବନ୍ଦ

ଭୁବନେଶ୍ବର : କଟକ ଓ ଭୁବନେଶ୍ବରରେ ଗଣେଶ ପୂଜା ବନ୍ଦ। କରୋନ ମହାମାରୀ ଯୋଗୁଁ ଚଳିତ ବର୍ଷ ଟୁଇନ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହୋଇ ପାରିବ ନାହାିଁ। ମଣ୍ଡପରେ ଗୋଷ୍ଠୀଗତ କୌଣସି ପୂଜା ହୋଇ ପାରିବ ନାହିଁ। ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଗଣେଶ ପୂଜା ବନ୍ଦକୁ ନେଇ ପୋଲିସ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।