Odisha Link
Bridging the Missing Links in Odisha

ରାଜସ୍ଥାନ: କଂଗ୍ରେସ ବଦଳେଇ ଦେଲା ବିଜେପିର ରଣନୀତି

ଜୟପୁର: ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିରୋଧୀ ଦଳ ବିଜେପି ରଣନୀତି ପ୍ରସ୍ତୁତ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବିଜେପି ନେତା ମାନଙ୍କର ଏକ ସାକ୍ଷାତକାର ହୋଇଥିଲା। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ପରେ ଏହା ବିଜେପିର ପ୍ରଥମ ବୈଠକ। ସୂଚନାଥାଉକି, ସୋମବାର ଦିନ ସଚିନ ପାଇଲଟ୍‌ ଓ ତାଙ୍କ ସମର୍ଥକ ମାନେ ଜୟପୁର ଫେରି ଆସିଛନ୍ତି। ଯାହାଫଳରେ ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କର ପଡ଼ିଛି ଜବନିକା।

ରାଜସ୍ଥାନ ବିଜେପିରେ ୭୨ ଜଣ ବିଧାୟକ ଅଛନ୍ତି। ସତ୍ତାକୁ ଆସିବାକୁ ହେଲେ ବିଜେପିକୁ ଆଉ ୩୦ ଜଣ ବିଧାୟକଙ୍କର ଆବଶ୍ୟକତା ରହିଥିଲା। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ପାଇଲଟ୍‌ ଆଣ୍ଡ କୋ ପକ୍ଷରୁ କୁହାଯାଇଥିଲା କି ୩୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ହେଲେ ବାସ୍ତବରେ ସମର୍ଥିତ ବିଧାୟକଙ୍କ ସଂଖ୍ୟା ୧୯ରେ ସୀମିତ ରହିଥିଲା। ଯାହାଫଳରେ ରାଜ୍ୟରେ ବିଜେପି ପୁଣି ସରକାର କରିବାର ଯେଉଁ ସମ୍ଭାବନା ଥିଲା ସେଥିରେ ଜବନିକା ପଡ଼ିଥିଲା। ରାଜନୈତିକ ସଙ୍କଟ ମଧ୍ୟରେ ବିଧାୟକଙ୍କୁ କିଣାବିକା ପ୍ରସଙ୍ଗରେ ନଥିଲା ବୋଲି ବିଜେପି ଆଗରୁ ସ୍ପଷ୍ଟ କରିଛି। ସୋମବାର ଦିନ ସଚିନ୍‌ ଆଣ୍ଡ କୋ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ଲାଗିରହିଥିବା ବିବାଦର ଅନ୍ତ ଘଟିଥିଲା। ବିଜେପି ମଙ୍ଗଳବାର ଦିନ ବୈଠକ ଡାକିଥିଲା ହେଲେ କଂଗ୍ରେସ ରାଜନୀତିରେ ବିବାଦର ସମାଧାନ ହେବା ପରେ ବୈଠକକୁ ବାତିଲ କରିଦିଆଯାଇଥିଲା।

ରାଜସ୍ଥାନର ବିରୋଧୀ ଦଳ ନେତା ଗୁଲବଚାନ୍ଦ କଟାରିୟା ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି, ଆମେ ଆମ ରଣନୀତି ଉପରେ ପୁନଶ୍ଚ କାର୍ଯ୍ୟ କରୁଛୁ। ରାଜ୍ୟରେ କଂଗ୍ରେସ ସମ୍ପୂର୍ଣ୍ଣ ୫ବର୍ଷ ଶାସନ କାଳ ପୁରା କରି ପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.