Odisha Link
Bridging the Missing Links in Odisha

ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି, ଆଜି ଆଉ ୧୯୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଉଛି କରୋନା ସ୍ଥିତି। ଆଜି ପୁଣିଥରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆଉ ୧୯୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ ସେଣ୍ଟରରୁ ୧୨୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୭୩୬ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଆଜି ଅନୁଗୁଳ ୨, ବାଲେଶ୍ୱର ୫୬, ବରଗଡ଼ ୨୨, ଭଦ୍ରକ ୧୧୮, ବଲାଙ୍ଗୀର ୭, ବୌଦ୍ଧ ୫, କଟକ ୧୦୧ ,ଦେବଗଡ଼ ୨, ଢେଙ୍କାନାଳ ୪୦, ଗଜପତି ୯୩, ଗଞ୍ଜାମ ୨୮୦ ଜଗତସିଂହପୁର ୩୪, ଯାଜପୁର ୬୯, ଝାରସୁଗୁଡା ୧୧, କଳାହାଣ୍ଡି ୪୮, କନ୍ଧମାଳ ୬୦, କେନ୍ଦ୍ରାପଡା ୬, କେନ୍ଦୁଝର ୧୦, ଖୋର୍ଦ୍ଧା ୩୩୨, କୋରାପୁଟ ୯୦, ମାଲକାନଗିରି ୫୨, ମୟୁରଭଞ୍ଜ ୧୨୦, ନବରଙ୍ଗପୁର ୧୭, ନୟାଗଡ଼ ୭୫,ନୂଆପଡା ୨୦, ପୁରୀ ୮୩, ରାୟଗଡା ୭୦, ସମ୍ବଲପୁର ୫୯ , ସୋନପୁର ୭ ସୁନ୍ଦରଗଡ ରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪,୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୬,୩୫୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭ ହଜାର ୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.