Odisha Link
Bridging the Missing Links in Odisha

ତାଳଚେରରେ ଗଣେଶ ପୂଜା ମନା

ତାଳଚେର: ପ୍ରତିବର୍ଷ ତାଳଚେରରେ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ତାଳଚେରରେ ଗଣେଶ ପୂଜା ଉପରେ ରୋକ ଲଗାଇଛି ତାଳଚେର ପ୍ରଶାସନ। ଚଳିତ ବର୍ଷ ଗଣେଶ ପୂଜା ଉପରେ ରୋକ୍ ଲଗାଇଛନ୍ତି ତାଳଚେର ଉପଜିଲ୍ଲାପାଳ। କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ପ୍ରଶାସନର ଏହି କଟକଣାକୁ ଅବମାନନା କରି ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି କରାଯାଇଛି। ତାଳଚେର ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ତାଳଚେରରେ ୭୦ରୁ ଅଧିକ ମଣ୍ଡପରେ ଗଣେଶ ପୂଜା ପାଳିତ ହୋଇଥାଏ।

ସୂଚନାଯୋଗ୍ୟ, ଗତକାଲି କମିସନ୍‌ରେଟ ପୁଲିସ ଟୁଇନ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଛନ୍ତି। କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ଏହା ଫଳରେ ପୂଜା ମଣ୍ଡପମାନଙ୍କରେ ଗଣେଶ ପୂଜା ହୋଇପାରିବ ନାହିଁ।

Comments are closed.