Odisha Link
Bridging the Missing Links in Odisha

ବିଧାନସଭାରେ ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ, ଶକ୍ତି ପ୍ରଦର୍ଶନ କରିବେ ଗେହଲଟ

ଜୟପୁର: ଆଜି ବିଧାନସଭାରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଅଧିବେଶନ। ତେବେ ଅଧିବେଶନ ଆରମ୍ଭରୁ ବିଜେପି କଂଗ୍ରେସ ସରକାର ବିରୋଧରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ବିଜେପି ଦାବି କରିଛି ଯେ ଗେହଲଟ ନିଜ ସରକାର ବଞ୍ଚାଇପାରିବେ ନାହିଁ। କଂଗ୍ରେସ ଭିତରେ ରହିଥିବା ଅସନ୍ତୋଷ ଯୋଗୁ ସରକାର ଭାଙ୍ଗିଯିବ ବୋଲି ବିଜେପି ନେତାମାନେ ଦାବି କରିଛନ୍ତି। ଅପରପକ୍ଷେ ଗେହଲଟ ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହିତ ଦଳୀୟ ବିଧାୟକଙ୍କୁ ହ୍ବିପ୍‌ ଜାରି କରିଛନ୍ତି ଗେହଲଟ।

ଗତକାଲି ବିଜେପିର ବିଧାୟକଦଳ ବୈଠକରେ ଅନାସ୍ଥା ପ୍ରସ୍ତାବ ନେଇ ଘୋଷଣା କରାଯାଇଥିଲା। ଫଳରେ ବହୁମତ ସାବ୍ୟସ୍ତ କରିବା ହେଗଲଟଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିୟା କହିଛନ୍ତି ଯେ, କଂଗ୍ରେସ ନିଜ ଘରେ କନା ସିଲେଇ କରି ଯୋଡ଼ିବାକୁ ଚାହୁଁଛି। କିନ୍ତୁ କନା ଫାଟି ଯାଇଛି। ଏ ସରକାର ଖୁବଶୀଘ୍ର ଭାଙ୍ଗିବାକୁ ଯାଉଛି।

ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ଯେ, କଂଗ୍ରେସ ସରକାର ନିଜ ଭିତରେ ଥିବା ବିରୋଧାଭାସରେ ଭାଙ୍ଗିବ। ବିଜେପି ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି। କିନ୍ତୁ କଂଗ୍ରେସ ଘରେ ଚାଲିଥିବା ଝଗଡ଼ାରେ ବିଜେପି କିଛି ଲେନ୍‌ଦେନ୍‌ ନାହିଁ।

Comments are closed.