Odisha Link
Bridging the Missing Links in Odisha

ନବୀନଙ୍କ ସାରଥି ସାଜିଲେ ପାଣ୍ଡିଆନ୍

ଭୁବନେଶ୍ବର: କରୋନା କଟକଣା ଭିତରେ ରାଜ୍ୟରେ ପାଳିତ ହୋଇଛି ୭୪ତମ ସ୍ବାଧୀନତା ଦିବସ। ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଭବ୍ୟ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ହେଲେ ଏହି ଅବସରରେ ନବୀନଙ୍କ ସାରଥି ସାଜିଥିଲେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନିଜେ କାର୍ ଡ୍ରାଇଭ କରି ନବୀନ ନିବାସରୁ ଆସି ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିଥିଲେ। ଯାହା କୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି।

ଏହି ସମୟର ଦୃଶ୍ୟକୁ ବିଜେଡିର ସୋସିଆଲ ମିଡିଆ କାର୍ଯ୍ୟ ବୁଝୁଥିବା ପ୍ରସନଜିତ ପତି ନିଜର ସୋସିଆଲ ମିଡିତଆ ରେ ଅପଲୋଡ କରିବା ପରେ ବେଶ ଭାଇରାଲ ହେବାରେ ଲାଗିଛି। ସେ ମଧ୍ୟ କହିଛନ୍ତି ହୃଦୟକୁ ଛୁଇଁଲା ଭଳି ଦୃଶ୍ୟ, ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ମାନ ଉଭୟଙ୍କ ଭିତରେ ନିବିଡ଼ତା ଙ୍କୁ ଦର୍ଶାଉଛି। ଏହିଭଳି ନିବିଡ଼ତା ପାଇଁ ଓଡ଼ିଶା ପ୍ରତ୍ୟକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିପାରୁଛି।

ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସାମାଜିକ ଦୂରତା ସମସ୍ତେ ପାଳନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ଆଲୋଚନା ଓ ବୈଠକ ନିଜ ବାସଭବନରୁ ଭିଡିଓ କନଫେରନସିଂ ଯୋଗେ କରୁଛନ୍ତି । ଏଭଳି ସ୍ଥିତିରେ ଏହି ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ଆଜି ପତାକା ଉତ୍ତୋଳନ ପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଏକ କାର୍‌ରେ ୪ଜଣ ଯାତ୍ରୀ ଯାତ୍ରା କରି ପାରିବେ। ଏହି ସଂଖ୍ୟା କମ୍ ହେଲେ ଆହୁରି ଭଲ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ସଚିବ ନିଜେ କାର୍ ଡ୍ରାଇଭ୍ କରି ନବୀନଙ୍କୁ ଉତ୍ସବସ୍ଥଳକୁ ଆଣିଥିଲେ । ଏବଂ ଉତ୍ସବ ସରିବା ପରେ ନିଜେ କାର୍ ଡ୍ରାଇଭ୍ କରି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ପହଞ୍ଚାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପାଣ୍ଡିଆନଙ୍କ ଏହି ସାରଥି ଭୂମିକାକୁ ନେଇ ଏବେ ସବୁଠି ଚର୍ଚ୍ଚା।

Comments are closed.