Odisha Link
Bridging the Missing Links in Odisha

ପାଟଣା ରେଞ୍ଜରେ ଦନ୍ତା ଉପଦ୍ରବ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦନ୍ତାଙ୍କ ଉପଦ୍ରବ। ହାତୀ ପଲ ଗାଁରେ ପଣି ନଷ୍ଟ କରିଛନ୍ତି ଏକର ଏକର ଧାନ ଫସଲ। ଗତକାଲି ରାତିରେ ୧୭ଟି ବଣୁଆ ହାତୀ କରଞ୍ଜିଆ ରେଞ୍ଜରୁ ଆସି ଉଦୟପୁର ବିଟ୍‌ର ବିନିଦା ଓ ମଙ୍ଗଳପୁର ଗାଁରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବଣୁଆ ହାତୀଙ୍କୁ ନେଇ ଗ୍ରାମବାସୀ ଭୟଭୀତ ମଧ୍ୟ ରହିଛନ୍ତି। ବର୍ତ୍ତମାନ ହାତୀପଲ କରଞ୍ଜିଆ ରେଞ୍ଜ ବଡ଼ଦେଉଳି ଜଙ୍ଗଲରେ ରହିଛନ୍ତି। ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.