Odisha Link
Bridging the Missing Links in Odisha

କରୋନା: ରାଜଧାନୀରେ ଆଉ ୧୯୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ବାଡ଼ବନ୍ଧ ମାନୁନି କରୋନା। ଦିନକୁ ଦିନ ଭୁବନେଶ୍ବରରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ଭୁବନେଶ୍ବରରେ ଆଉ ୧୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ ୫୪୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୫,୪୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬୭ଜଣ ସୁସ୍ଥ ହୋଇଛନ୍ତି ଓ ୨୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୮୮୭ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Comments are closed.