Odisha Link
Bridging the Missing Links in Odisha

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ହାତରେ ଧରା ପଡିଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ଧର୍ମାନନ୍ଦ ବେହେରା।
ଏକ ପ୍ରକଳ୍ପର ଫାଇନାଲ ବିଲ୍ କରିଦେବା ପାଇଁ ଠିକାଦାର ଶୁବେନ୍ଦ୍ର କୁମାର ରାଉତରାୟଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ସ୍ଥାନୀୟ ଚଅଁପୁର ଛକଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା। ଧର୍ମାନନ୍ଦଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ୭ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଜବତ କରିଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟ ଗୁରୁ ସୂଚନା ଦେଇଛନ୍ତି।

Comments are closed.