Odisha Link
Bridging the Missing Links in Odisha

ଅଣାୟତ୍ତ କରୋନା: ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍

ପାଟନା: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦିନକୁ ଦିନ ତାର କରାଳ ରୂପ ଦେଖାଉଛି। ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ବର୍ତ୍ତମାନ ସାରା ଦେଶରେ ଅନ୍‌ଲକ୍-୩ କଟକଣା ଲାଗୁ ହୋଇଛି। ହେଲେ ଦେଶରେ କାବୁ ହେଉନାହିଁ କରୋନା ସଂକ୍ରମଣ। କରୋନା ସଂକ୍ରମଣର ଭୟାବହତକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ସେପ୍ଟମ୍ବର ୬ ଯାଏଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି।

ବିହାର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ସେପ୍ଟମ୍ବର ୬ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଏହାପୂର୍ବରୁ ଜୁଲାଇ ୩୦ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି କରିଥିଲେ। ଯାହାର ଅବଧି ଗତକାଲି ଶେଷ ହୋଇଥିଲା। ଫଳରେ ଆଜିଠୁ ପୁଣି କରୋନା କଟକଣା ଜାରି କରିଛନ୍ତି ବିହାର ସରକାର।

Comments are closed.