Odisha Link
Bridging the Missing Links in Odisha

ଯୁବକଙ୍କ ଉପରକୁ ବୋମାମାଡ, ଦୁର୍ବୃତ୍ତ ଫେରାର୍

ଭୁବନେଶ୍ଵର: ଭୁବନେଶ୍ଵର ଉପଖଣ୍ଡ ବାଳକାଟି ସାଇଫନ୍ ଛକରେ ଥିବା ଏକ ଘର ଉପରେ ବୋମାମାଡ। ବୋମାମାଡ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନାଯୋଗ୍ୟ ଯେ, ସୋମବାର ରାତ୍ରି ପ୍ରାୟ ୧୦ଟା ୩୦ମିନିଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି। ସାଇଫନ୍ ଛକରେ ଥିବା ଘର ନିକଟରେ ବସିଥିବା ତିନି ଯୁବକଙ୍କୁ ଟାର୍ଗେଟ କରି ଲଗାତର ତିନୋଟି ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ।

ଦୁଇଟି ବୋମା ତଳେ ପଡି ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା। ଭୟରେ ଘର ବାହାରେ ବସିଥିବା ପବିତ୍ର ସାହୁ ଏବଂ ଅନ୍ୟ ଦୁଇଜଣ ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ। ବୋମାମାଡରେ କାହାରି କିଛି କ୍ଷତି ଘଟିନାହିଁ। ଅଫୁଟା ବୋମାକୁ ନିସ୍କ୍ରିୟ କରିଛି ପୋଲିସ୍। ପୂର୍ବ ଶତ୍ରୁତାରୁ ଏଭଳି ବୋମାମାଡ ହୋଇଥିବା ଅନୁମାନ କରାଯାଉଛି।

Comments are closed.