Odisha Link
Bridging the Missing Links in Odisha

ଲୁଟ୍ ଉଦ୍ୟମରେ ବିଫଳ, ଏଟିଏମ୍ ପୋଡିଲେ ଦୁର୍ବୃତ୍ତ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡସ୍ଥିତ ଏସବିଆଇ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଏଟିଏମକୁ ଜାଳି ଦେଇଛନ୍ତି। ଟଙ୍କା ଲୁଟ ଉଦ୍ୟମରେ ଆସି ଦୁର୍ବୃତ୍ତମାନେ ପୋଡି ଦେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏଟିଏମରୁ ଟଙ୍କା ଲୁଟ କରିବା ସମୟରେ ବିଫଳ ହେବାରୁ ଏଟିଏମ ଜାଳିଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଟଙ୍କା ନେବା ଉଦ୍ୟମ ବିଫଳ ହେବାରୁ  ଦୁର୍ବୃତ୍ତମାନେ ଏଟିଏମକୁ ଜାଳି ଦେଇଛନ୍ତି। ଫଳରେ ଏଟିଏମଟି ପୋଡିଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁ।କୁ ଆୟତ୍ତ କରିଥିଲା। ଏଟିଏମ ଭାଙ୍ଗିବା ନିମନ୍ତେ ଦୁର୍ବୃତ୍ତ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ଛାଡି ଚାଲିଯାଇଥିବା ବେଳେ ପୁଲିସ୍ ସେଗୁଡିକୁ ଜବତ କରିଛି।

Comments are closed.