Odisha Link
Bridging the Missing Links in Odisha

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଂଶପାଳ : କେନ୍ଦୁଝର ଜିଲ୍ଲା ସଦର ଥାନା ତଳକୁସୁମିତା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣଙ୍କ କେନ୍ଦୁଝର ପୁରୁଣା ବଜାର ପୁଡାଉଆସ ସାହିର ସୁଦର୍ଶନ ନାଏକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି।

ପ୍ରକାଶ ଯେ, ବରଦାପାଳ ପଞ୍ଚାୟତ ତଳକୁସୁମିତା ଗାଁକୁ ନିଜ ଭାଇ ଓ ଭାଉଜ ସହ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଭାଇ ପ୍ରଦୀପ ନାଏକ ଓ ଭାଉଜଙ୍କ ସହିତ ସୁର୍ଦଶନ ଆସିଥିଲେ। ସୁଦର୍ଶନ ଜଣେ ମାନସିକ ଅନଗ୍ରସର ଯୁବକ ଥିବାରୁ  ଅଧିକାଂଶ ସମୟରେ ତାଙ୍କ ଦେହ ରୁହେ ନାହିଁ। ତେଣୁ ତଳକୁସୁମିତାର ଜଣେ ଗୁଣିଆଁଙ୍କ ପାଖରେ ପୁଜାପାଠ କରିବାକୁ ଆସିଥିଲେ ସୁର୍ଦଶନ ଓ ତାଙ୍କ ଭାଇ-ଭାଉଜ। ରାତି ପାହିଲେ ପୂଜା ପାଠ ହୋଇଥାନ୍ତ, ସେଥିପାଇଁ ବି ପୂଜା ସାମଗ୍ର କିଣାସାରଥିଲା। କିନ୍ତୁ ହଠାତ୍‌ ରାତିରେ ସେ ଶୋଇଥିବା କମ୍ବଳକୁ ନେଇ ନିକଟସ୍ଥ ଜଙ୍ଗଲ ଆଡେ ଚାଲିଯାଇଥିଲା। ଘରୁ ହଠାତ୍‌ ଗାଏବ ହୋଇଯିବା ପରେ ସୁଦର୍ଶନଙ୍କୁ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ କୌଣସି ପତ୍ତାମିଳିନଥିଲା। ତେବେ ଗତକାଲି ଗାଁ କିଛି ମହିଳା ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ ସ୍ଥାନୀୟ ସରପଞ୍ଚକୁ ଜଣାଇଥିଲେ , ପରେ ସରପଞ୍ଚ ସଦର ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Comments are closed.