Odisha Link
Bridging the Missing Links in Odisha

ରାଉରକେଲାରେ ନକଲି ଆଇପିଏସ ଅଫିସର ଅଟକ

ରାଉରକେଲା: ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଏକ ବାଇକ୍ ସୋ’ ରୁମରୁ ସଂପୃକ୍ତ ନକଲି ଆଇପିଏସ ଏକ ବୁଲେଟ୍ କିଣିଥିଲେ । ନକଲି ପରିଚୟ ପତ୍ର ଦେଇ ଫାଇନାନ୍ସରେ ୨୫ ହଜାର ଟଙ୍କା ଡାଉନ୍ ପେମେଣ୍ଟ ଦେଇ ସେ ସେହି ବୁଲେଟ୍ କିଣିଥିଲେ।

ଆଇପିଏସ୍ ଡ୍ରେସ୍ ପିନ୍ଧିବା ସହ ବୁଲେଟରେ ଚଢି ରାଉରକେଲା ସହରରେ ବୁଲୁଥିବାର ଅଭିଯଗ ହୋଇଥିଲା। ଆହୁରି ସଂପୃକ୍ତ ନକଲି ଆଇପିଏସ୍ ଅଫିସର ଜଣଙ୍କ କହୁଥିଲେ ଯେ, ସେ ସ୍ବତନ୍ତ୍ର ଡ୍ୟୁଟିରେ ଅଛନ୍ତି। ଅଭିଯୋଗ ପାଇବା ପରେ ରାଉରକେଲାର ଏକ ହୋଟେଲରୁ ସଂପୃକ୍ତ ନକଲି ଆଇପିଏସକୁ ଧରିଛି ଉଦିତ ନଗର ଥାନା ପୋଲିସ। ପୋଲିସର ସୂଚନା ଅନୁସାରେ ନକଲି ଆଇପିଏସଙ୍କ ନାଁ ଶର୍ମିଷ୍ଠା। ପୂର୍ବରୁ ସେ ଭୁବନେଶ୍ବରରେ ମଧ୍ୟ ଆଇପିଏସ୍ ପରିଚୟ ଦେଇ ଗିରଫ ହୋଇଥିବା ସୂଚନା ମିଳିଛି।

Comments are closed.