Odisha Link
Bridging the Missing Links in Odisha

କରୋନା ସଂକ୍ରମଣ: ସମ୍ବଲପୁରର ୧୬ଟି ସ୍ଥାନରେ ୧୪୪ ଧାରା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମିତ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ ।

ପ୍ରକାଶ ଯେ, ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, ଜଗନ୍ନାଥ କଲୋନୀର ଲେନ୍ -୩, ମାୟାବଗିଚା, ନନ୍ଦପଡାର ସୁସାରୀ ଗଳି, ମୋଦିପଡାର ମାଣିକମୁଣ୍ଡା, ତଅଁଲାପଡା, ଠେଲକୋପଡା, ଏନ୍ ଗୁଆଲେନ୍ ର ହନୁମାନ ମନ୍ଦିର ପଛ ପଟ, ଗୁଜରାଟି କଲୋନୀର ଜଳରାମ ମନ୍ଦିର ପାଖ, ବୁର୍ଲାର ଡକ୍ଟର କଲୋନୀ, ଜେଜେଏସ କଲୋନୀ, ଆଇଆର୍ କଲୋନୀ, ବିଷ୍ଣୁପଡା, ହୀରାକୁଦର ଲେବର କଲୋନୀ, ଗୌଡ ପଡା, ଝାଙ୍କରପଡାରେ ୧୪୪ ଧାରା ଜାରି କରାଯାଇଛି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ।

Comments are closed.