Odisha Link
Bridging the Missing Links in Odisha

ଅବସରପ୍ରାପ୍ତ ରେଞ୍ଜର ଗିରଫ

ଭୁବନେଶ୍ବର: ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଗିରଫ କରିଛି। ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ଜେନାଙ୍କର ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତ ଠାବ ହୋଇଛି। ସବୁଠୁ ବଡ଼ କଥା ହେଲା ସମାନ ଅଭିଯୋଗରେ ୧୯୯୯ରେ ଅଭୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ୨୧ ବର୍ଷ ହେଲା ମାମଲା କୋର୍ଟରେ ବିଚାରାଧୀନ ରହିଛି

ମିଳିଥିବା ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଆଜି ଭୁବନେଶ୍ବର ଭିଜିଲାନ୍ସର ଏକ ଟିମ୍ ଶ୍ରୀ ଜେନାଙ୍କ କଟକ ତୁଳସୀପୁର ମହୁମାଛି ଗଳିରେ ଥିବା ଘର, ଭୁବନେଶ୍ବର ଫରେଷ୍ଟ ପାର୍କରେ ଥିବା ତିନି ମହଲା କୋଠା, ବାଲୁଗାଁ କ୍ବାର୍ଟର୍ସ, କେନ୍ଦ୍ରାପଡ଼ା ବଙ୍ଗଳପୁରରେ ପୈତୃକ ଘର, ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ କରିଥିଲା। ଫରେଷ୍ଟ ପାର୍କରେ ଥିବା ତିନି ମହଲା କୋଠାର ମୂଲ୍ୟ ୧ କୋଟି ୨୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଭୁବନେଶ୍ବର, ଜଟଣୀ, ବାଲୁଗାଁରେ ଠାବ ହୋଇଥିବା ୯ଟି ପ୍ଲଟର ମୂଲ୍ୟ ପ୍ରାୟ ୨ କୋଟି ୧୪ ଲକ୍ଷ ଟଙ୍କା, ୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୪ ଲକ୍ଷ ଟଙ୍କାର ଦୁଇଟି କାର୍, ୧ ଲକ୍ଷ ୮୬ ହଜାର ଟଙ୍କାର ସୁନା ଅଳଙ୍କାର, ନଗଦ ୩୬ ହଜାର ୫ଶହ ଟଙ୍କା, ୧୪ ଲକ୍ଷ ୯୧ ହଜାର ଟଙ୍କାର ଆସବାବପତ୍ର। ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତର ମୂଲ୍ୟ ୪ କୋଟି ୩୭ ଲକ୍ଷ ୭୯ ହଜାର ୯୫୦ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସବୁଠୁ ବଡ଼ କଥା ହେଲା ଅଭୟ ନିଜ ଫରେଷ୍ଟ ପାର୍କ ସ୍ଥିତ ଘରେ ପ୍ରାୟ ୧ ଲକ୍ଷ ଟଙ୍କାର ଶାଗୁଆନ କାଠ ରଖିଥିଲେ। ଯାହାକୁ ଭିଜିଲାନ୍ସ ଜବତ କରିଛି। ଏହି କାଠ କେଉଁଠୁ ଆସିଛି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଜଙ୍ଗଲ କାଠ ହୋଇଥିବା ସନ୍ଦେହ କରାଯାଉଛି।

Comments are closed.