Odisha Link
Bridging the Missing Links in Odisha

ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଲୁଟେରା

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଗଡଶ୍ରୀରାମପୁର ଗ୍ରାମରେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଗଲେ ଦୁଇ ଲୁଟେରା ।

ପ୍ରକାଶ ଯେ, ଗଡଶ୍ରୀରାମପୁର ଗ୍ରାମର ପ୍ରେମଲତା ସାହୁ ନାମକ ଜଣେ ବୃଦ୍ଧା ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ପାଖରେ ବାଇକ୍ ଆଣି ରଖିଥିଲେ। କିଛି ବୁଝିବା ପୂର୍ବରୁ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପି ଫେରାର୍ ହୋଇଯାଇଥିଲେ ଦୁଇ ଲୁଟେରା। ରାଜଧାନୀ ଉପକଣ୍ଠରେ ଗତ କିଛି ଦିନ ହେବା ଉତ୍ପାତ ମଚାଇଛନ୍ତି ଲୁଟେରା । ବିଶେଷକରି ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ୍ କରି ଝାମ୍ପି ନେଉଛନ୍ତି ସୁନା ଚେନ୍।

Comments are closed.