ଦିଲ୍ଲୀରୁ ଆଇଏସଆଇଏସ୍ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଇଏସଆଇଏସ୍ ଆତଙ୍କୀ ଗିରଫ। ଦିଲ୍ଲୀର ଧଲାକୂଆଁ ରିଙ୍ଗ ରୋଡ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି। ପୁଲିସ୍ ଆଇଏସ୍ଆଇଏସ୍ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି ଜଣାପଡ଼ିଛି। ଆବୁ ୟୁସୁଫ୍ ଦିଲ୍ଲୀର କିଛି ସହଯୋଗୀଙ୍କ ସହ କାମ କରୁଥିଲା ପୁଲିସ ଆବୁକୁ ଗିରଫ କରିବା ପରେ ତା’ ଘରେ ଚଢ଼ାଉ ଆରମ୍ଭ କରିଛି। ଏନେଇ ଦିଲ୍ଲୀ ସ୍ପେସାଲ ସେଲ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏହି ଅପରେସନ କାର୍ଯ୍ୟ ଆରମ୍ଭ କରିଥିଲା। ପୁରା ଅଞ୍ଚଳକୁ ସ୍ପେଶାଲ ସେଲ୍ ଘେରିଯାଇଥିଲା। ଉଭୟ ଆତଙ୍କବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଶେଷରେ ଆତଙ୍କବାଦୀକୁ କାବୁ କରିନେଇଥିଲା ସ୍ପେଶାଲ ସ୍କ୍ୱାର୍ଡ। ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି।
ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏକାକୀ ଉଲଫ ଆକ୍ରମଣ ଯୋଜନା କରାଯାଇଥିଲା। ଯେଉଁଥି ପାଇଁ ଅନେକ ସ୍ଥାନ ସେମାନେ ରେଡ୍ କରିଥିଲେ। ପୋଲିସର ସୂଚନାନୁସାରେ ଦିଲ୍ଲୀର କିଛି ଲୋକ ଆବୁ ୟୁସୁଫଙ୍କୁ ସହଯୋଗ ଯୋଗାଉଥିଲେ। ସେମାନଙ୍କୁ ଧରିବା ପୋଲିସ ଚଢ଼ାଉ ଜାରି ରଖିଛି।
Comments are closed.