Odisha Link
Bridging the Missing Links in Odisha

ଗର୍ଭବତୀଙ୍କୁ ନେବା ବେଳେ ୨୦ଫୁଟ୍ ତଳକୁ ଖସିଲା ଆମ୍ବୁଲାନ୍ସ

ବାଲେଶ୍ଵର: ୨୦ ଫୁଟ୍ ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ। ଗର୍ଭବତୀଙ୍କୁ ନେବା ବେଳେ ପୋଲ ତଳକୁ ଓଲଟି ଯାଇଛି ଜନନୀ ଆମ୍ବୁଲାନ୍ସ । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତାର କୋଚିଆକୋଇଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗର୍ଭଵତୀ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ, ଗଡପୋଖରୀ ଗୁଆପାଳ ଗାଁ ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଆମ୍ବୁଲାନ୍ସକୁ ପରିବାର ଲୋକ ଖବର ଦେଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଆସି ଗର୍ଭବତୀ ମହିଳାଙ୍କୁ ମେଡିକାଲ୍‌ ନେଇ ଯାଉଥିଲା କିନ୍ତୁ ଭାରସାମ୍ୟ ହରାଇ ୨୦ଫୁଟ୍‌ ତଳକୁ ଖସିପିଡ଼ିଥିଲା। ତେବେ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Comments are closed.