Odisha Link
Bridging the Missing Links in Odisha

ରାଜ୍ୟରେ ଦିନକରେ ୬୦,୯୦୯ କରୋନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ। ଗତ ୨୪ ଘଣ୍ଟାରେ ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୭ ହଜାର ୪୯୦, ଆଣ୍ଟିଜେନରେ ୫୩ ହଜାର ୨୯୫ ଓ ଟ୍ରୁନଟ୍ ମାଧ୍ୟମରେ ୧୨୪ଟି ଟେଷ୍ଟ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯, ୨୧୯ କରୋନା ଟେଷ୍ଟ ହୋଇଥିବାବେଳେ କେନ୍ଦ୍ରାପଡ଼ାରୁ ୮୮୬୪ ଓ ଗଞ୍ଜାମରୁ ୮୬୪୪ ଟେଷ୍ଟ ହୋଇଛି। ଗତ କିଛିଦିନ ଧରି ରାଜ୍ୟରେ ୬୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। କରୋନା ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଇତିମଧ୍ୟରେ ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ୧୩ ଲକ୍ଷ ଟପିଛି।

Comments are closed.