Odisha Link
Bridging the Missing Links in Odisha

ପାହାଡ଼ ଉପରୁ ମିଳିଲା ନର କଙ୍କାଳ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟ ପାହାଡ଼ ଉପରୁ ମିଳିଛି କଙ୍କାଳ। ଏନେଇ ପୋଲସରା ପୋଲିସ ଏହି କଙ୍କାଳଟି ଉଦ୍ଧାର କରିଛି। କଙ୍କାଳ ନିକଟରେ ଖପୁରି, ଚୁଡ଼ି ସହ ମହିଳାଙ୍କ ଅନ୍ତଃବସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଛି।

ଖବର ପାଇ ଘଟଣାସ୍ଥଳରେ ପୋଲସରା ଥାନା ଅଧିକାରୀ ପହଞ୍ଚିଥିଲେ। ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ଖପୁରି, ଚୁଡି ସହ ପଡିଥିବା ଅନ୍ତଃବସ୍ତ୍ର ମଧ୍ୟ ଜବତ କରିଛି। ତେବେ ଏହା ହତ୍ୟାକାଣ୍ଡ ନା ଦୁଷ୍କର୍ମ ପରେ ହତ୍ୟା ତାହାର ତଦନ୍ତ ଜାରି ରଖିଛି। ଏହାକୁ ନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।

Comments are closed.