Odisha Link
Bridging the Missing Links in Odisha

ଆଜି ଅରୁଣ ଜେଟଲୀଙ୍କ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ : ଆଜି ବିଜେପିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଅରୁଣ ଜେଟଲୀ ଏକ ଧାରରେ ଜଣେ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିଲେ। ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବହୁ ରାଜନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ସମେତ ଅନେକ ନେତା ତାଙ୍କୁ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଲେଖିଛନ୍ତିି, ମୋର ବନ୍ଧୁ ବହୁତ ମନେ ପଡ଼ୁଛନ୍ତି। ଗତ ବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଥିଲୁ। ମୁଁ ମୋର ବନ୍ଧୁଙ୍କୁ ବହୁତ ମନେ ପକାଉଛି। ଅରୁଣ ଜୀ ଯତ୍ନର ସହ ଭାରତର ସେବା କରିଥିଲେ। ତାଙ୍କର ବହୁତ ଭଲ ବ୍ୟକ୍ତିତ୍ବ ସହ ପ୍ରଖର ବୁଦ୍ଧି ଏବଂ ଆଇନଗତ ଦକ୍ଷତା ଥିଲା।

ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ବିଜେପି ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମରଣ କରାଯାଇଛି। ବିଜେପି ପକ୍ଷରୁ ଟ୍ବିଟ୍ କରି ଲେଖାଯାଇଛି ଯେ, ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀ, ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ବିଶିଷ୍ଟ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି। ଉତ୍ତମ ଜ୍ଞାନର ଉତ୍ତରାଧିକାରୀ ଏବଂ ବିଭିନ୍ନ କ୍ଷେତ୍ରରେ ଆଦର୍ଶ ଅବଦାନ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ।