Odisha Link
Bridging the Missing Links in Odisha

ରତ୍ନଭଣ୍ଡାରର ଅନୁଧ୍ୟାନ ହେବ, ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗର ଚିଠି

ଭୁବନେଶ୍ବର: ବହୁ ବାଦ ବିବାଦ ପରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାରର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ।ଅନୁଧ୍ୟାନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗର ଚିଠି।

ଏଥିସହିତ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ମଧ୍ୟ ନିର୍ଦ୍ଦେଶ। ପଦକ୍ଷେପ ନେବା ସହ ଆଇନ ବିଭାଗ ଓ ଆବେଦକଙ୍କୁ ଅବଗତ କରାଯିବ। ଅଳଙ୍କାର ଅନୁଧ୍ୟାନ ଓ ପଦବୀ ପୂରଣ ପାଇଁ ଦାବି କରିଥିଲେ ୨ ଆବେଦକ।ଏହାପୂର୍ବରୁ ୧୯୦୫, ୧୯୨୬, ୧୯୭୮ ଏବଂ ୧୯୮୫ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ଯାଇଥିଲା।

Comments are closed.