Odisha Link
Bridging the Missing Links in Odisha

ଡିସେମ୍ବର ଯାଏ ପିସିସି ସଭାପତି ରହିବେ ନିରଞ୍ଜନ, ପୁନର୍ଗଠନ ହେବ କମିଟି

ଭୁବନେଶ୍ବର: ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ବାଦ ବିବାଦରେ ପଡ଼ିଛି ପୂର୍ଣ୍ଣଛେଦ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ବଦଳିବେ ନାହିଁ ବୋଲି ସୂଚନା ମିଳିଛି। ଡିସେମ୍ବର ଯାଏ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିବେ। ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ନୂଆ ପ୍ରଦେଶ କଂଗ୍ରେସ କମିଟି ଘୋଷଣା କରାଯିବ। ପ୍ରଥମେ ଜିଲ୍ଲା, ବ୍ଲକ ଓ ପରେ ରାଜ୍ୟ ସ୍ତରୀୟ କମିଟି ଘୋଷଣା ହେବ। ଏନେଇ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ମିଳିଛି ବୋଲି ନିରଞ୍ଜନ କହିଛନ୍ତି। ସେପ୍ଟେମ୍ବରରେ ସବୁ କମିଟିର ପୁନର୍ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦଳର ହାଇକମାଣ୍ଡ ପରିବର୍ତ୍ତନ ଠିକ ନୁହେଁ ବୋଲି ସେ କହିଛନ୍ତି।

Comments are closed.