Odisha Link
Bridging the Missing Links in Odisha

ପଟାଙ୍ଗୀ ବିଧାୟକଙ୍କୁ କରୋନା

କୋରାପୁଟ : କୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାୟକ ପୀତମ ପାଢୀ କରୋନା ‌ସଂକ୍ରମିତ ହୋଇଛନ୍ତି। ତାଙ୍କର କୌଣସି ଲକ୍ଷଣ ନାହିଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଘରେ ଏକାନ୍ତବାସ‌ରେ ରହିଥିବା ସେ ସୂଚନା ଦେଇଛନ୍ତି।

ବିଧାୟକ ପୀତମ ପାଢୀ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କର କୋଭିଡ ପଜିଟିଭ ଜାଣିବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ଏହି ରିପୋର୍ଟ ପଜିଟିଭ ଆସିଛି। ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ଏବେ ସୁସ୍ଥ ଅଛନ୍ତି ‌ବୋଲି କହିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି। ତେବେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Comments are closed.