Odisha Link
Bridging the Missing Links in Odisha

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି । ଏନେଇ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ଆବେଦନ ଦର୍ଶାଯାଇଛି।

ପୂର୍ବରୁ ଟ୍ବିନ୍ ସିଟିରେ ଗଣେଶ ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିଲା। ସେହି ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଥିଲେ ହାଇକୋର୍ଟ ।

ପରମ୍ପରାଠାରୁ ମଣିଷ ଜୀବନ ମୂଲ୍ୟବାନ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଅନୁଯାୟୀ ନିରାଡମ୍ବର ଭାବରେ ଗଣେଶ ପୂଜା ପାଳନ କରାଯାଇଥିଲା । ଛକ, ବଜାରରେ ଗଣେଶ ପୂଜା କରାଯାଇଥିଲା । ଘରେ ରହି ସମସ୍ତେ ପୂଜା କରିଥିଲେ ।

Comments are closed.