Odisha Link
Bridging the Missing Links in Odisha

ଉସେନ୍‌ ବୋଲ୍ଟ କରୋନା ପଜିଟିଭ

ଓଏଲ୍‌ ବ୍ୟୁରୋ: ୮ ଥରର ଅଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଉସେନ୍‌ ବୋଲ୍ଟ କରୋନା ପଜିଟିଭ ଚିହ୍ନଟ। ବର୍ତ୍ତମାନ ସେ ହୋମ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଏନେଇ ଟୁଇଟରରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଉସେନ୍‌ ବୋଲ୍ଟ। ଜମାଇକା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୋଲ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି।

ବୋଲ୍ଟ ୨୧ ଅଗଷ୍ଟରେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଥିଲେ। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଜନ୍ମଦିନରେ ସାମାଜିକ ଦୂରତାହୀନ ଓ ବିନା ମାକ୍ସରେ ପାଳନ କରିଥିଲେ ବୋଲ୍ଟ। ପରେ ୨୨ ତାରିଖରେ ନିଜର କରୋନା ଟେଷ୍ଟ କରାଇଥିଲେ ବୋଲ୍ଟ।

ଗତକାଲି ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ ହୋମ୍‌ କ୍ବାରାଣ୍ଟିନରେ ରହିଛନ୍ତି। ରବିବାରର ଜନ୍ମଦିନ ଉତ୍ସବରେ ଇଂଲଣ୍ଡ ଫୁଟ୍‌ବଲର୍‌ ରହିମ୍‌ ଷ୍ଟର୍ଲିଂଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ। ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ କ୍ବାରାଣ୍ଟିନରେ ରହିବାକୁ କହିଛନ୍ତି ବୋଲ୍ଟ।

ବୋଲ୍ଟ ୨୦୧୭ ମସିହାରେ ଲଣ୍ଡନ ବିଶ୍ବ ଚମ୍ପିଆନସିପ୍‌ରେ ୧୦୦ ମିଟର ଦୌଡ଼ରେ ୩ୟ ସ୍ଥାନରେ ଆସିବା ପରେ ନିଜର କ୍ୟାରିୟରକୁ ଅଲବିଦା କହିଥିଲେ ବୋଲ୍ଟ।

Comments are closed.