Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଆଉ ୩ ଦିନ ବଢିଲା ସଟ୍ ଡାଉନ୍

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଟ୍ ଡାଉନ୍ ଅବଧି ବୃଦ୍ଧି କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୩ ଦିନ ସଟ୍ ଡାଉନ୍ ଅବଧିକୁ ବଢାଇ ଦିଆଯାଇଛି । ଅଗଷ୍ଟ ୨୮ରେ ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ ସ୍ବାଭାବିକ ହେବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଗାତର କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଯାହା ଏବେ ୪୦ ଟପି ସାରିଲାଣି । କଂଟାକ୍ଟ ଟ୍ରେସିଂ କରିବା ତଥା ସଂକ୍ରମଣକୁ ରୋକିବାକୁ ଯାଇ ପ୍ରଶାସନ ଅଗଷ୍ଟ ୨୧ ଅପରାହ୍ଣ ୪ଟାରୁ ୩ ଦିନ ପାଇଁ ମେଡିକାଲ୍‌କୁ ସଟ୍‌ ଡାଉନ୍‍ ଘୋଷଣା କରାଯାଇଥିଲା । ମେଡିକାଲ୍‌ ସଟ୍‌ଡାଉନ୍‍ ଥିଲେ ହେଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, କାଜୁଆଲଟି, ଜରୁରି ବିଭାଗ, ଫିଭର୍‌ କ୍ଲିନିକ୍‌କୁ କଟକଣାରୁ ମୁକ୍ତ କରାଯାଇଛି । ଏଥିସହ ଡାକ୍ତରମାନେ ଟିକେଟ୍‍ କାଉଣ୍ଟର ପାଖରେ ଗୁରୁତର ରୋଗୀଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ କୁହାଯାଇଛି । ତେବେ ଅଦ୍ୟାବଧି ଚିକିତ୍ସା କରୁଥିବା କେହି ଡାକ୍ତର ଅବା ନର୍ସ ପଜିଟିଭ୍‍ ବାହାରି ନଥିବା ଜଣାପଡ଼ିଛି । ମେଡିକାଲ୍‌କୁ ଘନଘନ ସାନିଟାଇଜ୍‍ କରାଯିବା ସହ କଂଟାକ୍ଟ ଟ୍ରେସିଂ ଚାଲୁ ରହିଛି ।

Comments are closed.