Odisha Link
Bridging the Missing Links in Odisha

ରାଜ୍ୟରେ ଦିନକରେ ୬୩,୨୦୯ ନମୁନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩ ହଜାର ୨୦୯ କରୋନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୭ ହଜାର ୨୯୫, ଆଣ୍ଟିଜେନରେ ୫୫ ହଜାର ୭୮୦ ଓ ଟ୍ରୁନଟ୍ ମାଧ୍ୟମରେ ୧୩୪ଟି ଟେଷ୍ଟ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮୪୫୧ଟି କରୋନା ନମୂନା ପରୀକ୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୮୨୪୩ଟି, ଗଞ୍ଜାମ ଜିଲ୍ଲାରେ ୮୧୨୨ଟି, କେନ୍ଦୁଝର ଜିଲ୍ଲାରେ ୫୪୧୨ଟି, ପୁରୀ ଜିଲ୍ଲାରେ ୨୩୦୪ଟି, ଯାଜପୁର ଜିଲ୍ଲାରେ ୧୮୭୭ଟି, ନବରଙ୍ଗପୁର ଜିଲ୍ଲାରେ ୧୫୩୦ଟି, ନୟାଗଡ଼ ଜିଲ୍ଲାରେ ୧୧୮୬ଟି, ଝାରସୁଗୁଡ଼ା ଜିଲ୍ଲାରେ ୧୩୫୫ଟି ଓ କନ୍ଧମାଳ ଜିଲ୍ଲାରେ ୧୦୨୦ଟି କରୋନା ନମୁନା ପରୀକ୍ଷା ହୋଇଛି।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଥିବା ବେଳେ ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬୦୨ରେ ପହଞ୍ଚିଛି।

Comments are closed.