Odisha Link
Bridging the Missing Links in Odisha

ବିପଦ ସଂକେତ ଉପରେ ବୈତରଣୀ

ଆନନ୍ଦପୁର : ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି। ବର୍ତ୍ତମାନ ଏଠାରେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଛି।

ରାଜ୍ୟରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି। ନଦୀ ଜଳପତ୍ତନ ବୃଦ୍ଧି ଘଟିଥିଲେ ମଧ୍ୟ କୌଣସି ଅଞ୍ଚଳରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି ।

Comments are closed.