Odisha Link
Bridging the Missing Links in Odisha

ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର

କଟକ: ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ ବେଡ଼ ରୁମରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଖୋଜାଖୋଜି ପରେ ସାପର ଦେଖା ମିଳିଲା ନଇଲା । କିନ୍ତୁ ସାପର ଫୁତ୍କାର ଶବ୍ଦ ମଝିରେ ମଝିରେ ଶୁଣିବାକୁ ମିଳୁଥିଲା। ଶେଷରେ ଏକ ୫ ଫୁଟର ମୋଟା ନାଗ ସାପ ଗଦି ତଳୁ ଉଦ୍ଧାର କରାଯାଇଛି।

ନାଗ ସାପଟିକୁ ବାଙ୍କି ଠାରୁ ଦୂରରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆ ଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବାଙ୍କିରେ ଅନେକ ସ୍ଥାନ ଜଳାର୍ଣ୍ଣବ ହେଇଥିବାରୁ, ଏଇ ନାଗ ସାପ ଟି ବାସହରା ହୋଇ ଘରେ ଆଶ୍ରୟ ନେବା ପାଇଁ ଉଠି ଆସିଥିବ ବୋଲି ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା କହିଛନ୍ତି।

Comments are closed.