Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ବାଡ଼ିରେ ଭାଲୁ

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀଙ୍କ ବାଡ଼ିରେ ଭାଲୁ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ସ୍ଥିତ ବାସ ଭବନ ବାଡ଼ିରେ ଭାଲୁ ପଶିଥିବା ସୂଚନା। ହେଲେ ଏପର୍ଯ୍ୟନ୍ତ ଭାଲୁଟିର ସନ୍ଧାନ ମିଳିପାରି ନାହିଁ।

ବୁଧବାର ଭୋର ସମୟରେ ଭାଲୁ ପଲ ଜଙ୍ଗଲକୁ ପଳାଇଥିବା ବେଳେ ସେହି ପଲରୁ ଗୋଟିଏ ଭାଲୁ ରହିଯାଇଥିଲା । ପ୍ରଥମେ ଗୋପୀନାଥପୁର ଶାସନର ପରମାନନ୍ଦ ପତିଙ୍କ ବାଡ଼ିରେ ରହିଥିଲା। ତାପରେ ଭାଲୁଟି ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ବାଡ଼ିରେ ପସିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ଭାଲୁଟି ବୁଦା ମୂଳରେ ଲୁଚିରହିବା ପରେ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲା।ଖବର ପାଇ ବନବିଭାଗ ଭାଲୁଟି କାଳେ ଗାଁ କିମ୍ବା କାହା ଘରେ ପଶି କ୍ଷତି ଘଟାଇବ ସେଥିପାଇଁ ଜଗି ରହିବା ସହ ଭାଲୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।।

ସୂଚନାଥାଉକି, ୨୩ ତାରିଖରେ ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦୃଶ୍ୟ ଦେଖିବାକୁ ମିଳିଥିଲା।

Comments are closed.