Odisha Link
Bridging the Missing Links in Odisha

NEET-JEE ପରୀକ୍ଷା ପ୍ରସଙ୍ଗ: ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଜୋର ଧରିଛି NEET-JEE ପରୀକ୍ଷା ପ୍ରସଙ୍ଗ। ଆଜି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ NEET-JEE ପରୀକ୍ଷାକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ଅଣ ବିଜେପି ଶାସିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବରରେ ହେବାକୁ ଥିବା NEET-JEE ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ନେଇ ନିଷ୍ପତ୍ତି ନେଇଛନ୍ତି।

ବୈଠକରେ ଏହି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା କାଳରେ NEET-JEE ପରୀକ୍ଷା କରିବାକୁ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ବିରୋଧ କରାଯିବ ଏବଂ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି। ସୂଚନାଥାଉକି ସେପ୍ଟମ୍ବର ୧୩ରେ NEET ଓ ସେପ୍ଟେମ୍ବର ୧ ରୁ ୬ରେ JEE ପରୀକ୍ଷା ହେବାର ଅଛି।

ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଜିର ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବେଘଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରନ୍ଦର ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ଥିଲେ।

Comments are closed.