Odisha Link
Bridging the Missing Links in Odisha

ପାଣି ସୁଅରେ ଭାସିଗଲା ୨ଟି ଟ୍ରକ୍, ଡ୍ରାଇଭର ମୃତ

କେନ୍ଦୁଝର : ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝରରୁ ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର ଅଟକି ରହିଛି ।

ଅନ୍ୟପଟେ କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସମ୍ପୂର୍ଣ୍ଣ ବୁଡ଼ିଯାଇଛି । ପ୍ରଖର ସ୍ରୋତରେ ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ।

ଠିକ୍‌ ସେହିପରି ପାଟଣା ଢେଙ୍କିକୋଟ ରାସ୍ତାର ସ୍ବାମୀ ନାଳ ପୋଲ ଉପରେ ଏକ ଧାନ ବୋଝେଇ ଟ୍ରକ୍ ପାଟଣା ପଟକୁ ଆସୁଥିବା ବେଳେ ପ୍ରଖର ସ୍ରୋତରେ ଟ୍ରକଟି ଭାସି ଯାଇଛି। ଟ୍ରକର ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀଙ୍କ ପ୍ରୟାସ ଜାରି ରହିଛି।

Comments are closed.