Odisha Link
Bridging the Missing Links in Odisha

କରୋନା ମୁକାବିଲା: ଓଡ଼ିଶା ପୁଲିସର ୫୨ କରୋନା ଯୋଦ୍ଧା କଲେଣି ପ୍ଲାଜମା ଦାନ

ଭୁବନେଶ୍ବର: ବର୍ତ୍ତମାନ ସମୟରେ କରୋନାକୁ ମାତ୍‌ ଦେବାରେ ବେଶ୍‌ ଫଳପ୍ରଦ ହୋଇଛି ପ୍ଲାଜମା ଚିକିତ୍ସା। ଏହାକୁ ନଜରରେ ରଖି ଓଡ଼ିଶା ପୁଲିସର ୫୨ ଜଣ କରୋନା ଯୋଦ୍ଧା ବର୍ତ୍ତମାନ ସୁଦ୍ଧା ପ୍ଲାଜମା ଦାନ କରି କରୋନା ମୁକାବିଲାରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେମାନେ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କରି ଓଡ଼ିଶା ପୁଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧାମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେନ୍ଦ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଆଇ.ଜି.ଏଚ୍, ରାଉରକେଲା ଓ ଭିମ୍‌ସାର, ବୁର୍ଲାଠାରେ ବିଭିନ୍ନ ସମୟରେ ପ୍ଲାଜ୍‌ମା ଦାନ କରିଛନ୍ତି।

ସେମାନଙ୍କ ମଧ୍ୟରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନର ୧୪ ଜଣ ରହିଥିବା ବେଳେ ଝାରସୁଗୁଡା ଓଏସଏପି ଦ୍ୱିତୀୟ ବାଟାଲିୟନର ୬, କୋରାପୁଟ ଓଏସଏପି ତୃତୀୟ ବାଟାଲିୟନର ୫, ଦେଓଗଡ ୪ର୍ଥ ଇଣ୍ତିଆ ରିଜର୍ଭ ବାଟାଲିୟନର ୩, ବୌଦ୍ଧ ପଞ୍ଚମ ଇଣ୍ତିଆ ରିଜର୍ଭ ବାଟାଲିୟନର ୨ ଓ ରାଉରକେଲା ଓଏସଏପି ୪ର୍ଥ ବାଟାଲିୟନ, କଟକ ଓଏସଏପି ଷଷ୍ଠ ବାଟାଲିୟନ, କୋରାପୁଟ ପ୍ରଥମ ଇଣ୍ତିଆ ରିଜର୍ଭ ବାଟାଲିୟନ ଓ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲର ଜଣେ ଲେଖାଏଁ ରହିଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୬ ଜଣ, କଟକ ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ ଓ ପୁରୀ, ନୟାଗଡ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ଜଣେ ଲେଖାଏଁ ପ୍ଲାଜ୍‌ମା ଦାନ କରିଛନ୍ତି।

Comments are closed.