Odisha Link
Bridging the Missing Links in Odisha

IPL 2020: CSKର ଜଣେ ଖେଳାଳି, ୧୨ ସହଯୋଗୀ ଷ୍ଟାଫ୍‌ଙ୍କୁ କରୋନା

ଆବୁଧାବି: IPL ୨୦୨୦ ପୂର୍ବରୁ ଖେଳାଳି କରୋନା ପଜିଟିଭ ଚିହ୍ନଟ। ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ CSKର ୧୨ ସହଯୋଗୀ ଷ୍ଟାଫ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସପ୍ତାହେ ପୂର୍ବରୁ ୟୁଏଇରେ ପହଁଞ୍ଚିଥିବା ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ବ୍ୟତୀତ ସହଯୋଗୀ ଷ୍ଟାଫ୍‌ ଓ ସୋଶିଆଲ ମିଡିଆ ଟିମର ୧୨ ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଚେନ୍ନାଇ ସୁପର କିଙ୍ଗସର ଯେଉଁ ଖେଳାଳି ଓ ସହଯୋଗୀ ଷ୍ଟାଫ୍‌ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି ସମସ୍ତେ ଆଇସୋଲସନରେ ରହିଛନ୍ତି। ବିସିସିଆଇ ନିର୍ଦ୍ଦେଶନାମା ଅନୁଯାୟୀ CSK ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି।

ଆଇପିଏଲ ଗାଇଡଲାଇନ ଅନୁଯାୟୀ ୟୁଏଇରେ ପହଞ୍ଚୁଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ପ୍ରଥମେ ସମସ୍ତେ ୩ଟି ଲେଖାଏଁ ଟେଷ୍ଟ ଦେବାକୁ ବାଧ୍ୟତାମୂଳକ। ୧, ୩ ଓ ୬ ଦିନ ସମସ୍ତ ଖେଳାଳିଙ୍କ ସମେତ ଟିମ୍‌ ମେମ୍ବରଙ୍କ କୋଭିଡ ଟେଷ୍ଟ ହେବ ବୋଲି ନିର୍ଦ୍ଦେଶନାମା ରହିଛି। ୩ଟି ଯାକ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଲେ ହିଁ ଖେଳାଳି ମାନଙ୍କୁ ସୁରକ୍ଷା ଭିତରେ ପ୍ରାକ୍ଟିସ କରିବାକୁ ସୁଯୋଗ ମଳିଥାଏ।

CSKର ଯେଉଁ ଖେଳାଳି ଓ ସହଯୋଗୀ ଷ୍ଟାଫ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ସମସ୍ତ ଖେଳାଳିଙ୍କ ରିପୋର୍ଟ ପ୍ରଥମ ୨ ପରୀକ୍ଷଣରେ ନେଗେଟିଭ ଆସିଥିବା ବେଳେ ଅନ୍ତିମ ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ମାନେ ୨ ସପ୍ତାହ ଆଇସୋଲେସନରେ ରହିବେ ବୋଲି ଜଣା ପଡ଼ିଛି। ଏହାପରେ ୨ଟି ରିପୋର୍ଟ ନେଗେଟିଭ ଆସିଲେ ହିଁ ତାଙ୍କୁ ପ୍ରାକ୍ଟିସ୍‌ କରିବାକୁ ଅନୁମତି ମିଳିବ ବୋଲି ଜଣା ପଡ଼ିଛି।

ତେବେ ଖେଳାଳି ଓ ସହଯୋଗୀ ଷ୍ଟାଫ୍‌ କିଭଳି କରୋନା ପଜିଟିଭ ଚିହ୍ନଟ ହେଲେ ସ୍ପଷ୍ଟ ହୋଇ ନାହିଁ। ଜତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅଦୁଯାୟୀ ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇରେ ହୋଇଥିବା କ୍ୟାମ୍ପରେ କରୋନା ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

Comments are closed.