Odisha Link
Bridging the Missing Links in Odisha

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ। ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନା‌କୋଣ୍ଡା ଆଣିଥିଲେ। ମାତ୍ର ଆସିଥିବା ୮ ଗୋଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଆନାକୋଣ୍ଡାର ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ବର୍ତ୍ତମାନ ନନ୍ଦନକାନନରେ ୫ଟି ହଳଦିଆ ଆନା‌କୋଣ୍ଡା ରହିଛନ୍ତି। ପୂର୍ବରୁ ପ୍ରୋଟୋଜୋନ୍ ବା ସୂକ୍ଷ୍ମ ଏମିବା ଜନିତ ସଂକ୍ରମଣରେ ଆଭ୍ୟନ୍ତରୀ‌ଣ କ୍ଷତ ଯୋଗୁଁ ୨ ଆନାକୋଣ୍ଡାଙ୍କ ମୃତ୍ୟୁ ଘଟିଥିଲା।

Comments are closed.