Odisha Link
Bridging the Missing Links in Odisha

ରାଜ୍ୟରେ ବନ୍ୟା: ବିପଦସଙ୍କେତ ଉପରେ ୪ ନଦୀ

ଭୁବନେଶ୍ୱର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଦେଖିବାକୁ ମିଳିଛି। ଏବେ ରାଜ୍ୟର ୪ଟି ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି । ଯାଜପୁରର ବ୍ରାହ୍ମଣୀ ନଦୀ ଜେନାପୁର ଠାରେ ବିପଦସଙ୍କେତ ୨୩ ମିଟର ଥିବାବେଳେ ଏବେ ଜଳ ସ୍ତର ୨୩.୪୫ ମିଟର ଥିବା ଜଣାଯାଇଛି । ବୈତରଣୀ ଆନନ୍ଦପୁରରେ କମିଥିବାବେଳେ ଆଖୁଆପଦା ଠାରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁରରେ ବିପଦସଙ୍କେତ ୩୮.୩୬ ଥିବାବେଳେ ଏବେ ୩୭.୬୯ ମିଟର ଥିବା ଜଣାଯାଇଛି । ବୈତରଣୀ ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ୧୯.୪୬ ମିଟର ଥିବା ଜଣାଯାଇଛି । ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦସଙ୍କେତ ୪୯.୧୫ ଥିବାବେଳେ ଏବେ ୫୦.୦୨ ମିଟରରେ ଜଳ ପ୍ରବାହିତ ହେଉଛି ।

ସୁବର୍ଣ୍ଣରେଖା ରାଜଘାଟରେ ବିପଦସଙ୍କେତ ୧୦.୩୬ ଥିବାବେଳେ ଏବେ ୧୦.୯୬ ଥିବା ଜଣାଯାଇଛି । ଜଳକା ମଥାନିରେ ବିପଦସଙ୍କେତ ୫.୫୦ ଥିବାବେଳେ ଦିନ ୧୨ଟା ସୁଦ୍ଧା ଜଳସ୍ତର ୬.୬୧ ମିଟର ରହିଛି ।

Comments are closed.