Odisha Link
Bridging the Missing Links in Odisha

ବରଗଡ଼ ଜିଲ୍ଲାପାଳ ଅଫିସ ୩ ଦିନ ଯାଏ ସଟ୍‌ଡାଉନ୍

ବରଗଡ଼: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଆଜି ବରଗଡ଼ ଜିଲ୍ଲାରୁ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାପାଳଙ୍କ ଅଫିସକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲ୍ଲାପାଳ ୨୮ ତାରିଖରୁ ୩୦ତାରିଖ ଯାଏଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏନେଇ ଜିଲ୍ଲାପାଳ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ବରଗଡ଼ ଜିଲ୍ଲାପାଳ ଅଫିସକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କଟକଣା ସମୟରେ ଜିଲ୍ଲାପାଳଙ୍କ ଅଫିସକୁ ସାନିଟାଇଜ କରାଯିବ।

Comments are closed.