Odisha Link
Bridging the Missing Links in Odisha

ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

ଓଏଲ୍‌ ବ୍ୟୁରୋ: ଜାପାନାର ପ୍ରଧାନମନ୍ତ୍ରୀ ପଦବିରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ। ଜାପାନର ସବୁଠୁ ଅଧିକ ସମୟ ରହିଥିବା ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିଞ୍ଜୋ ଆବେ କହିଛନ୍ତି ଯେ, “ଯଦି ମୁଁ ଲୋକଙ୍କ ପାଇଁ ସର୍ବୋତ୍ତମ ନିଷ୍ପତ୍ତି ନେଇ ପାରିବି ନାହିଁ ତେବେ ମୁଁ ପ୍ରଧାନମନ୍ତ୍ରୀ ହୋଇପାରିବି ନାହିଁ। ମୁଁ ମୋର ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ୬୫ ବର୍ଷିୟ ସିଞ୍ଜୋ ଆବେ କହିଛନ୍ତି।

ନିକଟରେ ସିଞ୍ଜୋ ଆବେ ଦୁଇ ଥର ଡାକ୍ତରଖାନାକୁ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ କାର୍ଯ୍ୟକାଳ ସମୟ ଉପରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଦୀର୍ଘ ବର୍ଷ ଧରି ସେ ପୁରାତନ ‘ଅଲ୍‌ସ୍‌ରେଟିଭ୍ କୋଲାଇଟିସ୍’ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିଲେ।

Comments are closed.