Odisha Link
Bridging the Missing Links in Odisha

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ୍‌ ଜଳ : ଏସଆରସି

ଭୁବନେଶ୍ବର: ବନ୍ୟା ଖବର ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ପଶୁଛି। ହୀରାକୁଦ ୩୨ ଗେଟ୍‌ ଖୋଲା ଯାଇଛି। ମୋଟ ୩୬ ଗେଟ୍‌ ଖୋଲିବ । ହୀରାକୁଦରୁ ୬ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବ। ତଳମୁଣ୍ଡ‌ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଯିବ। ଖଇରିମାଳରୁ ମୁଣ୍ଡଳି ଯାଏ ଏବଂ କଟକ ତଳକୁ ଆଜି ଆଉ ବର୍ଷା ହୋଇନି। ବର୍ଷା ହୋଇନଥିବାରୁ ଆଉ ପାଣି ମିଶିବ ନାହିଁ। ସେହି ୧୦ ଲକ୍ଷ ପାଖାପାଖି ରହିବ। ପୂର୍ବରୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କ୍ୟୁସେକ୍‌ ଯାଏ ଜଳ ପ୍ରବାହ ସମ୍ଭାଳିଛି। ତେଣୁ ୧୦ରୁ ସାଢ଼େ ୧୦ ଲକ୍ଷରେ ଏକ ମଧ୍ୟମ ଧରଣର ବନ୍ୟା ଆଶା କରୁଛୁ।  ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ।  ଓଡ୍ରାଫ, ଏନଡିଆରଏଫ ଟିମକୁ ଆଗୁଆ ପଠାଯାଇଛି । ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ଲି ଶ୍ରୀ ଜେନା କହିଛନ୍ତି।

Comments are closed.