Odisha Link
Bridging the Missing Links in Odisha

ହୀରାକୁଦ ଡ୍ୟାମ୍‌ର ୩୬ଟି ଗେଟ୍‍ ଖୋଲିଲା

ହୀରାକୁଦ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆହୁରି ୪ଟି ଗେଟ୍‌ ଖୋଲାଯାଇଛି ଫଳରେ ହୀରାକୁଦରେ ମୋଟ ୩୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ଶୁକ୍ରବାର ସକା​ଳ ସୁଦ୍ଧା ୨୪ଟି ଗେଟ ଖୋଲାଯାଇଥିବା ବେଳେ ପରେ ୨୮ଟି,୩୨ଟି ଏବଂ ପୁଣି ୪ଟି ମୋଟ ୩୬ଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି।

ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ରାଜ୍ୟ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ମୁତାବକ ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ବନ୍ଧର ସ୍ପିଲେଓ୍ଵ ଦ୍ୱାରା ମହାନଦୀକୁ ପଶୁଥିବା ଜଳ ପରିମାଣ ୫ ଲକ୍ଷ କ୍ୟୁସେକ ଟପିଯିବ। ଏହି ଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ। ଏହାଫଳରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି। ଏହା ଦ୍ୱାରା କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି।

Comments are closed.