Odisha Link
Bridging the Missing Links in Odisha

ଜେଲ୍‌ରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇରହିଥିବା ବେଳେ ଆଜି ରାୟଗଡା ଜିଲ୍ଲାରେ ୨୧୮ ଜେଲ୍‌ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ସବ୍‌ଜେଲ୍‌ରୁ ୧୫୭ ଓ ଗୁଣୁପୁର ସବ୍‌ଜେଲ୍‌ରୁ ୬୧ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨୧୮ ଜେଲ୍‌ ଅନ୍ତେବାସୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ନେଇ ରାୟଗଡା ଜିଲ୍ଲାପାଳ ପ୍ରମୋଦ ବେହେରା ସୂଚନା ଦେଇଛନ୍ତି। ଆକ୍ରାନ୍ତ ହୋଇଥିବା ଅନ୍ତେବାସୀଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ରଖାଯାଇଛି ଏବଯ ସମସ୍ତ ଆକ୍ରାନ୍ତ ଲକ୍ଷଣ ବିହୀନ ଅଟନ୍ତି। ସୂଚନାଯୋଗ୍ୟ, ଆଜି ରାୟଗଡା ଜିଲ୍ଲାରୁ ୪୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.