Odisha Link
Bridging the Missing Links in Odisha

କର୍ଣ୍ଣାଟକରେ କୃତ୍ରିମ ଚନ୍ଦ୍ରଗର୍ତ୍ତ ନିର୍ମାଣ କରିବ ISRO

ବେଙ୍ଗାଲୁରୁ: ଆସନ୍ତାବର୍ଷ ଚନ୍ଦ୍ରଯାନ-୩ ଲଞ୍ଚ କରିବ ଭାରତର ମହାକାଶ ସଙ୍ଗଠନ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ଯାତ୍ରାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଇସ୍ରୋ। ଏଥିପାଇଁ ବାଙ୍ଗାଲୋରଠାରୁ ପ୍ରାୟ ୨୧୫ କିଲୋମିଟର ଦୂରରେ ଥିବା ଚିତ୍ରାଦୁରଗାସ୍ଥିତ ଉଲାରଥୀ କଭାଲୁରେ ଚନ୍ଦ୍ର ପରି କ୍ରାଟର କିମ୍ବା ଗଭୀର ଗର୍ତ୍ତ ନିର୍ମାଣ କରାଯିବ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଇସ୍ରୋର ଜଣେ ଅଧିକାରୀ କହିଛନ୍ତି ଆମେ ଗାତ ଖୋଳିବାକୁ ଟେଣ୍ଡର ବାହାର କରିଛୁ ଏବଂ ଏହି କାର୍ଯ୍ୟ କରିବା ପାଇଁ ଏକ କମ୍ପାନୀ ଚୂଡ଼ାନ୍ତ କରିବାକୁ ପ୍ରସ୍ତୁତ ହେଉଛୁ। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭ ସୁଦ୍ଧା ଏହି କାମ ଶେଷ ହେବ ବୋଲି ଆଶା କରାଯାଉଛି। ଏହାର ମୂଲ୍ୟ ପ୍ରାୟ ୨୪.୨ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ମୁତାବିକ ଏହି ଗର୍ତ୍ତର ବ୍ୟାସ ୧୦ ମିଟର ଏବଂ ୩ ମିଟର ଗଭୀର ହେବ। ଏଗୁଡିକ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଏଠାରେ ଥିବା ଚନ୍ଦ୍ରଯାନ ଲ୍ୟାଣ୍ଡର ପାଇଁ ଏକ ଚନ୍ଦ୍ର ପରି ଏକ ଉପରିଭାଗ ତିଆରି କରିବା। ଏହି ପ୍ରକ୍ରିୟା ଦ୍ବାରା ଲ୍ୟାଣ୍ଡର ସେନ୍ସର ପରୀକ୍ଷା କରାଯିବ। ଏହାକୁ ଲ୍ୟାଣ୍ଡର୍ ସେନ୍ସର ଟେଷ୍ଟ କୁହାଯାଏ। ଏଥିରେ ଲ୍ୟାଣ୍ଡର ଉପରେ ବିମାନ ଉଡ଼ାଇ ସିଗନାଲ୍ ପଠାଯିବ ଏବଂ ସେଠାରୁ ଦେଖାଯିବ ଯେ ଲ୍ୟାଣ୍ଡର ସଠିକ୍ ଭାବରେ କାମ କରୁଛି କି ନାହିଁ ବୋଲି ଇସ୍ରୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.