Odisha Link
Bridging the Missing Links in Odisha

ବ୍ରାହ୍ମଣୀ ନଦୀରେ ଭାସିଗଲା ଘର

ଯାଜପୁର: ଲଘୁଚାପ ବର୍ଷାରେ ସାରା ରାଜ୍ୟର ଅବସ୍ତା ବେହାଲ ହେବାରେ ଲାଗିଛି। କେଉଁଠି ବନ୍ଧ ଭାଙ୍ଗି ଯାଉଛି ତ ପୁଣି କେଉଁଠି ବନ୍ୟା ପାଣିରେ ଭାସି ଯାଉଛି ବଡ଼ କୋଠା। ଏମିତି ଏକ ଘଟଣା ବନ୍ୟା ପାଣି ଯୋଗୁ ଯାଜପୁର ରସୁଲପୁର ବ୍ଲକର ବନ୍ଧଡିହରେ। ବନ୍ଧଡିହରେ ଏକ ଦୁଇ ମହଲା କୋଠା ଭୁଶୁଡି ଯାଇଛି ।

କୋଠାଟି ଭୁଶୁଡିପଡି ବ୍ରହ୍ମଣୀ ନଦୀରେ ଭାସିଯାଇଛି । ନଦୀ ବଢିବା ପରେ ପରେ ଦୁର୍ବଳ ସ୍ଥାନରେ ବାଲି ବସ୍ତା ପକାଇ ଏହାର ସୁରକ୍ଷା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ନଜର ଦେଇନଥିଲେ । ଏବେ କୋଠାଟି ଭାଙ୍ଗିବା ପରେ ସୁଅ ମୁହଁରେ ଭାସି ଯାଇଛି ।

Comments are closed.