Odisha Link
Bridging the Missing Links in Odisha

ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ମହାନଦୀରେ ମଧ୍ୟମରୁ ବଡ ଧରଣରୁ ବନ୍ୟା ଆଶଙ୍କା। ଏନେଇ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି। ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବା ବେଳେ ସକାଳ ସୁଧା ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ କଲମାରୁ ୫ ଲକ୍ଷ, ଇବ୍‌ ଓ ଭେଡେନ୍ରୁ ୨.୫ ଲକ୍ଷ୍ୟ କ୍ୟୁସେକ ବନ୍ୟାଜଳ ଆସୁଥିବା ବେଳେ ହୀରାକୁଦକୁ ୮ ଲକ୍ଷ୍ୟ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି। ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି। ଆମେ ହୀରାକୁଦରୁ ୬ ଲକ୍ଷ୍ୟ କ୍ୟୁସେକ ବନ୍ୟାଜଳ ନିଷ୍କାଷିତ କରୁଛୁ।

ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦର ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଥିବା ବେଳେ ଆହୁରି ୩୬ଟି ଗେଟ ଖୋଲାଯିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ବନ୍ଧର ସ୍ପିଲେଓ୍ଵ ଦ୍ୱାରା ମହାନଦୀକୁ ପଶୁଥିବା ଜଳ ପରିମାଣ ୫ ଲକ୍ଷ କ୍ୟୁସେକ ଟପିଯିବ। ଏହି ଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ। ଏହାଫଳରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ମଧ୍ୟମରୁ ବଡ ଧରଣର ବନ୍ୟା ହେବାର ଆଶଙ୍କା ରହିଛି।

Comments are closed.